ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଅକ୍ଷୟ ପରିଜା
ଇଡିରେ ହାଜର ହେଲେ ଅକ୍ଷୟ ପରିଜା ।
ଭୁବନେଶ୍ୱର: ଆଜି ଇଡିରେ ହାଜର ହେଲେ ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ବ୍ଲାକମେଲ୍ ମାମଲାରେ ଇଡି ସମନ ଜାରି କରିଥିଲା । ବ୍ଲାକମେଲିଂ, ହନିଟ୍ରାପ୍ ଏବଂ ଅର୍ଥ କରବାର ମାମଲାରେ ହାଜର ହେଲେ ଅକ୍ଷୟ ପରିଜା । ପୂର୍ବରୁ ଗତ ଶନିବାର ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ୍ ପଠାଯାଇଥିଲା ହେଲେ ଅସୁସ୍ଥତା ଦେଖାଇ ଆସିନଥିଲେ । ତାଙ୍କ ଓକିଲ ହାଜର ହୋଇ ୨ ଦିନର ମହଲତ ମାଗିଥିଲେ ।

ସୂଚନାଥାଉ ଯେ, ଅକ୍ଷୟଙ୍କୁ ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଥିଲେ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications