ଅର୍ଚ୍ଚନା ବ୍ଲାକମେଲିଂ ମାମଲା: ସ୍ୱାମୀ ଜଗବନ୍ଧୁଙ୍କ ଜାମିନ୍ ଖାରଜ, EDରେ ହାଜର ହେଲେ ହୋଟେଲ୍ ବ୍ୟବସାୟୀ
ଅର୍ଚ୍ଚନା ବ୍ଲାକମେଲିଂ ମାମଲା: ସ୍ୱାମୀ ଜଗବନ୍ଧୁଙ୍କ ଜାମିନ୍ ଖାରଜ, EDରେ ହାଜର ହେଲେ ହୋଟେଲ୍ ବ୍ୟବସାୟୀ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । EDରେ ହାଜର ହେଲେ ହୋଟେଲ୍ ବ୍ୟବସାୟୀ ଶିବ ପ୍ରସାଦ ଦାସ । ସମନ ପରେ ନିଜ ଓକିଲଙ୍କ ସହ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଗତକାଲି ଏହି ମାମଲାରେ ପ୍ରାୟ ୧୨ ଘଣ୍ଟା କାଳ ଖଗେଶ୍ୱରର ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନଙ୍କୁ ଅର୍ଥ କାରବାର ଲିଙ୍କରେ ଜେରା କରାଯାଇଥିଲା । ଅର୍ଚ୍ଚନାଙ୍କ ସହ ହୋଇଥିବା ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ କରିବା ପରେ ଚନ୍ଦନଙ୍କୁ ଇଡି ପକ୍ଷରୁ ସମନ ପଠା ଯାଇଥିଲା । ତେବେ ଏହି ମାମଲାରେ ଇଡି ପ୍ରାୟ ୧୫ ଜଣିଆ ତାଲିକା ପ୍ରସ୍ତୁତ କରିଛି । ଯେଉଁଥିରୁ ବର୍ତ୍ତମାନ ଜଣ ଜଣ କରି ପଚରାଉଚରା କରୁଛି ଇଡି ।

ଅନ୍ୟପକ୍ଷରେ, ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା । ଜଗବନ୍ଧୁଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜାମିନ ଖାରଜ କରିଛନ୍ତି । ସେହିପରି ଗତକାଲି ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନକୁ ଜେଏମ୍ଏଫସି-୩ କୋର୍ଟ ଖାରଜ କରିବା ପରେ ସେସନ୍ କୋର୍ଟରେ ଅର୍ଚ୍ଚନା ପୁଣି ଜାମିନ୍ ଆବେଦନ କରିଛନ୍ତି ।












Click it and Unblock the Notifications