ଏପ୍ରେଲ ୧୧ରେ ବିଶ୍ୱ ଛେନାପୋଡ଼ ଦିବସ: ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରୟାସ

ନୟାଗଡ଼: ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୧୧ ତାରିଖରେ ପାଳନ ହେବ ବିଶ୍ୱ ଛେନା ପୋଡ଼ ଦିବସ ।

ସୂଚନା ଅନୁସାରେ, ଏପ୍ରିଲ ୧୧ ସକାଳ ୧୧ ଟାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ କଟାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ।

chenapoda day

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଛେନାପୋଡ଼ ତିଆରି କରିଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଅବସରରେ ଏପ୍ରିଲ ୧୧ ତାରିଖ ଦିନ ବିଶ୍ୱ ଛେନା ପୋଡ଼ ଦିବସ ପାଳନ କରାଯିବ । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଲାଇନ୍ ବିଭାଗର ଅଧିକାରୀ, ତହସିଲଦାର ଏବଂ ବିଡିଓ ଏନଏସି ଏବଂ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ବିଭାଗ ପରି କାର୍ଯ୍ୟାଳୟରେ ଛେନା ପୋଡ କାଟି ଏହି ଉତ୍ସବକୁ ପାଳନ କରାଯିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଏପ୍ରିଲ ୧୧କୁ ସରକାରୀ ଭାବରେ ବିଶ୍ୱସ୍ତରୀୟ ଛେନାପୋଡ଼ ଦିବସର ମାନ୍ୟତା ଦେବା ପାଇଁ ସମସ୍ତ ସରକାରୀ କାର୍ଯ୍ୟଳକୁ ଚିଠି ଲେଖି ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+