୨ ହଜାର ନୂଆ ଟ୍ରାଫିକ୍ ପଦବିକୁ ମଞ୍ଜୁରି
Odisha News: ରାଜ୍ୟରେ ସୁଦୃଢ ହେବ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା । ୨ ହଜାର ନୂଆ ଟ୍ରାଫିକ୍ ପଦବିକୁ ମିଳିଲା ସରକାରୀ ମଞ୍ଜୁରି । ନୂଆ ପଦବିକୁ ମିଳିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ । ରାଜ୍ୟ ସ୍ତରରେ ୭୦, ଜିଲ୍ଲାସ୍ତରରେ ୧୯୩୦ ପଦବି ସୃଷ୍ଟି ହେବା ନେଇ ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂଆ ପଦବି ସୃଷ୍ଟି କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ସେଟ୍ଅପରେ ୧୯୩୦ ପଦବି ସୃଷ୍ଟି ହୋଇଛି । ADGP/IGP ଗୋଟିଏ ପଦବି, ଡିଆଇଜି ପାଇଁ ଗୋଟିଏ ପଦବି, ଏସପି ୨ଟି ପଦବି, ଡିଏସପି ୪ଟି, Inspector ୬ ଟି,ASI ୮ ଟି, SI ୮ ଟି ପଦବି ଏବଂ କନେଷ୍ଟବଳ ପାଇଁ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି ।
ସେହିପରି ଜିଲ୍ଲା ସ୍ତରରେ DSP ପାଇଁ ୫ଟି ପଦବି, ଇନ୍ସପେଟ୍କର ପାଇଁ ୪୧ଟି, ସବ୍- ଇନ୍ସପେକ୍ଟର ୮୩ ଟି ପଦବି, ଏ.ଏସ୍.ଆଇ. ୮୩ଟି ପଦବି, ହାବିଲ୍ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବି ସୃଷ୍ଟି କରାଯାଇଛି ।












Click it and Unblock the Notifications