ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍‌ର ଭେଟି: ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗଣପର୍ବ 'ନୂଆଖାଇ' ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ୨ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବରଗଡ-ନୂଆପଡା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି ।

୧୩୮କିଲୋମିଟର ଟ୍ରାକ ପାଇଁ ଖର୍ଚ୍ଚ ହେବ ୨,୯୨୬ ଟଙ୍କା । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଛତିଶଗଡ ଭାଲମୋଡା ଯାଏ ରେଳଲାଇନକୁ ମଧ୍ୟ ଅନୁମୋଦନ ମିଳିଛି । ୩୭ କିଲୋମିଟରର ଏହି ଡବଲ ଲାଇନ ପାଇଁ ୧,୩୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଆଦିବାସୀ ଅଞ୍ଚଳରେ ଟ୍ରେନ ଚାଲିଲେ ଲୋକେ ଉପକୃତ ହେବେ । ଏହି ନୂଆ ରେଳ ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ।

railway track

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କହିଛନ୍ତି, ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ କ୍ୟାବିନେଟ ୧୨ଟି ସ୍ମାର୍ଟ ସହରକୁ ଅନୁମୋଦନ କରିଛି। ତେବେ ସରକାର ୧୦ଟି ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ୨୮,୬୦୨ କୋଟି ଟଙ୍କା ବିନିଯୋଗ କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ 'ଏକ୍ସ'ରେ କହିଛନ୍ତି, ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇବ।

ଏହା ମଧ୍ୟ ପରୋକ୍ଷରେ ୩୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଏଥିରେ ୧.୫୨ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ସମ୍ଭାବନା ରହିଛି। ଏହା ଅଧୀନରେ ୧୪ଟି ନୂଆ ରେଳ ଷ୍ଟେଶନ ମଧ୍ୟ ନିର୍ମାଣ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+