୨୪ ଯାଏ ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ

ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି ।

ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଲାଗି ଆବେଦନର ଶେଷ ତାରିଖ ଅକ୍ଟୋବର ୧୦ ରହିଥିଲା। ଏବେ ଏହାକୁ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । www.scholarship. odisha.gov.inରେ ଆବେଦନ କରିବାକୁ କୁହାଯାଇଛି । ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ପାଇଁ ଆବେଦନ ଫର୍ମଗୁଡିକୁ ୩୧ ତାରିଖ ମଧ୍ୟରେ ଯାଞ୍ଚ କରାଯିବ । ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାର ଫର୍ମଗୁଡିକ ଯାଞ୍ଚ ପାଇଁ ନଭେମ୍ବର ୧୦ ଶେଷ ତାରିଖ ରଖାଯାଇଛି ।

Meritorious Student Scholarship

ଇ-ମେଧାବୃତ୍ତି ମାଧ୍ୟମରେ ସ୍ନାତକ ଛାତ୍ରୀଛାତ୍ରଙ୍କୁ ୧୦ହଜାର, ସ୍ନାତକୋତ୍ତରଙ୍କୁ ୧୫ ହଜାର ଏବଂ ବୈଷୟିକ ଓ ବୃତ୍ତିଗତ ଛାତ୍ରୀଛାତ୍ରଙ୍କୁ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଗୋପବନ୍ଧୁ ଯୋଜନାରେ ଯେଉଁ ପିଲାଙ୍କର ପାରିବାରିକ ଆୟ ୨ଲକ୍ଷ ୫୦ ହଜାର ଟଙ୍କାରୁ କମ୍‌ ରହିଛି, ସେମାନଙ୍କୁ ପ୍ରତି ବର୍ଷ ୨୦ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଉଛି। ସେହିପରି ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୩୦ହଜାର ଟଙ୍କା ଏବଂ ଓଡ଼ିଆ ସମ୍ମାନ(ମେଜର)ସ୍ନାତକ ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+