+୩ ନାମଲେଖା ପାଇଁ ବୃଦ୍ଧି ପାଇବ ଆବେଦନ ଅବଧି
ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାଫଳ ବାହାରିବାରେ ଆଉ ବିଳମ୍ବ ହେବନି ।
ପିଲାମାନେ ବ୍ୟସ୍ତ ନହେବା ପାଇଁ ମନ୍ତ୍ରୀ କହିଛନ୍ତି। ସେପଟେ +୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କରିଛନ୍ତି । ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ ଥିଲା।

ସୂଚନାନୁଯାୟୀ ପ୍ରଥମେ ମେ' ୧୫ରୁ ୨୦ ତାରିଖ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବାର ଥିଲା। ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହୋଇଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହୋଇଥିଲା। ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।












Click it and Unblock the Notifications