ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପାଇଁ ଦେବାକୁ ପଡିବନି ଜି.ଆଇ.ଏସ୍‌. ଓ ଗ୍ୟାପ୍ ଆନାଲିସିସ୍ ତଥ୍ୟ

ସହଜ ଓ ସରଳ ହେବ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଆସନ୍ତା ବର୍ଷଠୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଘରୋଇ ପୁଞିନିବେଶକୁ ପ୍ରେତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତି । ଏଥିପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

odia news

ବିଭଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ, ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳିଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲେ । କମିଟିଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି. ଫାର୍ମା, ବି. ଫାର୍ମା, ଏମ୍‌. ଫାର୍ମା, ଡି.ଏମ.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ୍ ଆନାଲିସିସ୍ ତଥ୍ୟ ଦେବାକୁ ପଡିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ପ୍ରକାର ଅନୁଷ୍ଠାନ ଗୁଡିକର ଭିତ୍ତଭିୂମି ଓ ଦକ୍ଷତା ଆକଳନ ସଂପୃକ୍ତ ବିଷୟରେ ବିଶେଷକଙ୍କ କମିଟି ଦ୍ୱାରା କରାଯିବ ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଅଧିକ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ସହ ସ୍ୱାସ୍ଥ୍ୟ ସେବା ନିମନ୍ତେ ତାଲିମପ୍ରାପ୍ତ ଓ କୁଶଳୀ ମାନବସମ୍ଭଳ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+