ସୌରିନଙ୍କ ବିରୋଧରେ NBW ଜାରି ପାଇଁ JMFC କୋର୍ଟରେ ଆବେଦନ
ବଢ଼ୁଛି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ । ସୌରିନଙ୍କ ବିରୁଦ୍ଧରେ NBW ଜାରି ପାଇଁ ଜେଏମ୍ଏଫ୍ସି କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ । ସେ ଦୀର୍ଘଦିନ ଧରି ଧରାଛୁଆଁ ଦେଉନଥିବାରୁ ତାଙ୍କ ବିରୋଧରେ NBW ଜାରି ପାଇଁ ନିଷ୍ପତ୍ତି ନେଇଛି ପୋଲିସ୍ ।
ପୂର୍ବରୁ ସୌରୀନଙ୍କର କୋଲକାତାରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ଏହାସହ ତାଙ୍କ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଛି ।

ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।
ଗତ ଜୁନ୍ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।
ସୂଚନା ଯୋଗ୍ୟ, ୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି । ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ହୋଇଛି ।
ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବ । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଥିଲା ।












Click it and Unblock the Notifications