ରାଜଧାନୀରେ ପୁଣି ସକ୍ରିୟ ହେଲେ ଆପାର୍ଟମେଣ୍ଟ ଲୁଟେରା
ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧୀଙ୍କ ଅପରାଧର କାର୍ଯ୍ୟକଳାପ । ଖୋଦ୍ ରାଜଧାନୀର ଛାତି ଉପରେ କରୁଛନ୍ତି ଅପରାଧ । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା । ଲୁଟେରାମାନେ ସୁନା ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟପାଟର ଦୃଶ୍ୟ କଏଦ ହୋଇଛି ।

ବାରମ୍ବାର ଲୁଟ ହେବା ପରେ କମିଶନରେଟ ପୋଲିସକୁ ଘାରିଛି ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଗତ କିଛିଦିନ ତଳେ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ବୈଠକ ହୋଇଥିଲା । ଆପାର୍ଟମେଣ୍ଟରେ କିଭଳି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଲୁଟକୁ ରୋକିବାକୁ ଏକ ଆଡଭାଇଜାରି ପ୍ରସ୍ତୁତ କରୁଛି ପୋଲିସ ।
ଏହା ସହିତ ବାହାଦୁର ନାମକ ଡିଭାଇସକୁ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଯାହାକି ଘରେ ଚୋରି ରୋକିବାରେ ସହଯୋଗ କରିବ । ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ । ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ । ଏହା ପରେ ମଧ୍ୟ ଗତ କିଛିଦିନ ତଳେ ଧରା ପଡ଼ିଥିଲା କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ।












Click it and Unblock the Notifications