Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

Bhubaneswar :Aparajita Sarangi Wrote A letter To Chif Minister Naveen Patnaikମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନାଇଜର ଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ ହେବା ପାଇଁ ଯାଉଛି । ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ହସ୍ପିଟାଲ ନିର୍ମାଣର ସମୀକ୍ଷା କରିଥିଲେ । ୬୫୦ କୋଟି ଟଙ୍କା ବିନିଯୋଗରେ ଟାଟା ମେମୋରିଆଲ ସହଯୋଗରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ । ଆସନ୍ତା ୩ ମାସ ମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ସୂଚନା ରହିଛି ।

ODISHA

ତେବେ ୬୫୦ କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେଉଥିବା ଜମି ଲାଗି ୫୦ଏକର ଜମି ଯୋଗାଇ ଦିଅନ୍ତୁ , ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ବିମାନବନ୍ଦର ପାଇଁ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବସ୍ଥା , ଅରୁଗୁଳ ଏବଂ ମେଣ୍ଢାଶାଳ ଗ୍ରୀଡକୁ ବିଦ୍ୟୁତ୍ ୟୋଗାଣ, ହସ୍ପିଟାଲ ପରିସରକୁ ଜଳ ଯୋଗାଣ ,ପାଇଁ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ ଲୋଡିଛନ୍ତି ସାଂସଦ ।

ଡାକ୍ତରଖାନା ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ତିଆରି ହେବାର ବ୍ୟବସ୍ଥା ମଧ୍ୟ ହେବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+