ଭୁବନେଶ୍ବର ଜଗନ୍ନାଥବିହାର ସ୍ଥିତ ଘରେ ପହଞ୍ଚିଲେ ଅପରାଜିତା ମହାନ୍ତି
ଭୁବନେଶ୍ବର ଜଗନ୍ନାଥବିହାର ସ୍ଥିତ ଘରେ ପହଞ୍ଚିଲେ ଅପରାଜିତା ମହାନ୍ତି । ବନ୍ଧୁ, ପରିଜନମାନେ ଜଣଙ୍କ ପରେ ଜଣେ ପହଞ୍ଚୁଛନ୍ତି । ଶେଷ ଦର୍ଶନ ପାଇଁ ଆସୁଛନ୍ତି ବନ୍ଧୁ, ଶୁଭେଚ୍ଛୁ । ମେଦାନ୍ତରୁ ମରଶରୀର ଆସିବା ପରେ ଶେଷ ଦର୍ଶନ କରିବେ ।
ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର। ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ।

ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ। ତାଙ୍କର ପରଲୋକରେ ଓଲିଉଡ୍ରେ ଏକ ଯୁଗର ଅବସାନ ଘଟିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଦିଲ୍ଲୀରୁ ଉତ୍ତମଙ୍କ ପାର୍ଥିବ ଶରୀର ନେଇ ବାହାରୁଛନ୍ତି ବାବୁଶାନ ଓ ତୃପ୍ତି । ଦିନ ୧୧ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତା ପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଭୁବନେଶ୍ବରରେ ଅପରାଜିତା ପହଂଚିଛନ୍ତି ।
ତେବେ ଗତକାଲି ୧୦ଟା ୪୫ ରେ ବେଳେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ଲିଭର ଶିରୋସିସ ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ ଥିଲେ । ଗତକାଲି କାର୍ଡିଆକ ଆରେଷ୍ଟ ହୋଇଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଅଭିନେତା ରବି ମିଶ୍ର । ସତ୍ୟନଗରରେ ହେବ ଶେଷକୃତ୍ୟ କହିଛନ୍ତି ପ୍ରଯୋଜକ ରବୀନ୍ଦ୍ରନାଥ ପଣ୍ଡା । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ପାର୍ଥିବ ଶରୀର ।












Click it and Unblock the Notifications