ଅପରାଜିତା ଓ ସମ୍ବିତ ପାତ୍ରଙ୍କୁ ମିଳିଲା ବଡ ଦାୟିତ୍ଵ
ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ବିଜେପି। ବିଜୟପାଲ ସିଂ ତୋମାରଙ୍କୁ ଦଳ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ଦେଇଛି ଦଳ। ତାଙ୍କୁ କେରଳର ସହପ୍ରଭାରୀ ନିଯୁକ୍ତ କରାଯାଇଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଅପରାଜିତାଙ୍କୁ ମିଳିଛି ସହପ୍ରଭାରୀ ଦାୟିତ୍ୱ। ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ କରାଯାଇଛି। ବି. ମୂରଲୀଧରନଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସହ ସଂଯୋଜକ ଦାୟିତ୍ୱ ମିଳିଛି।
ବରିଷ୍ଠ ନେତା ବିନୋଦ ତାୱଡ଼େଙ୍କୁ ଦଳ ବିହାରର ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ, ବିଜୟ ରୂପାନୀଙ୍କୁ ପଞ୍ଜାବ, ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଉତ୍ତରାଖଣ୍ଡ, ନୀତୀନ ନବୀନଙ୍କୁ ଛତିଶଗଡ଼, ଆଶିଷ ସୂଦଙ୍କୁ ଗୋଆ, ମନୀଷ ପୂନିଆଙ୍କୁ ହରିୟାଣା, ବିଧାୟକ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ, ସାଂସଦ ରାଧା ମୋହନ ଦାସଙ୍କୁ କର୍ଣ୍ଣାଟକା, ମହେନ୍ଦ୍ର ସିଂହଙ୍କୁ ମଧ୍ୟ ପ୍ରଦେଶ ଓ ଦେବେଶ କୁମାରଙ୍କୁ ମିଜୋରାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି












Click it and Unblock the Notifications