ଅନୁଭବଙ୍କ କ୍ଷୋଭ- ହଲରୁ ବାହାର କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ
ସିନେମା ହଲ ମାନଙ୍କରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଲଟ ମିଳୁନଥିବା ନେଇ ଅନୁଭବ ମହାନ୍ତିଙ୍କ କ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅନୁଭବ। ଦକ୍ଷିଣ ଭାରତୀୟ ସିନେମା ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶାରେ ହଲ ମାନଙ୍କରେ ଅଧିକ ସ୍ଲଟ ମିଳୁଛି । ଓଡ଼ିଆ ଚଳଚ୍ଚିତ୍ରକୁ ହଲରୁ ହଟାଇଦେଉଥିବା ଅନୁଭବ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି
|
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହସ୍ତକ୍ଷେପ ପାଇଁ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଅପିଲ କରିଛନ୍ତି | ଦଶହରାରେ ଓଡ଼ିଆ ସିନେମା ଏହାର ସବୁଠାରୁ ଖରାପ ସମୟକୁ ମୁକାବିଲା କରୁଛି,ହାଉସଫୁଲ ଚାଲିଥିବା ଓଡ଼ିଆ ସିନେମାକୁ ହଟାଇଦିଆଯାଇ ଅନ୍ୟ ଭାଷାର ସିନେମା ହିନ୍ଦୀ ସିନେମାକୁ ପ୍ରାଥମିକତା ଦିଆଯାଉଛି ବୋଲି ଅନୁଭବ ଲେଖିଛନ୍ତି ।
Hon’ble Chief Minister Shri @MohanMOdisha Ji,
On this sacred Dussehra, Odia Cinema faced its darkest day - houseful Odia movies were removed from theatres to make way for other regional & Hindi films. This is gross injustice to Odisha’s own art, culture, and people.We humbly…
— Anubhav Mohanty (@AnubhavMohanty_) October 2, 2025
ରାଜ୍ୟରେ ଜମୁଛି ଦଶହରା ମାହୋଲ । ଏହି ମଜାକୁ ଦ୍ୱିଗୁଣିତ କରିବାକୁ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ 'ଚାରିଧାମ' ଓ 'ଚ୍ୟାଲେଞ୍ଜ' । ଉଭୟ ଫିଲ୍ମର ଭିନ୍ନ କାହାଣୀ ରହିଥିବା ବେଳେ ଲୋକେ ଉଭୟ ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ଅନୁଭବ ମହାନ୍ତିଙ୍କ 'ଚାରିଧାମ' 25 ତାରିଖରେ ରିଲିଜ ହୋଇଥିଲା । ସେହିପରି ଅର୍ଦ୍ଧେନ୍ଦୁଙ୍କ 'ଚ୍ୟାଲେଞ୍ଜ' 26 ତାରିଖରେ ରିଲିଜ ହୋଇଛି । ତେବେ ଉଭୟ ଷ୍ଟାରଙ୍କ ଫିଲ୍ମର ଜବରଦସ୍ତ ଫ୍ୟାନ୍ ରହିଥିବା ବେଳେ ଉଭୟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।
'ଚାରିଧାମ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ନିର୍ଦ୍ଦେଶକ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଛନ୍ତି । ହିମାଦ୍ରି ତନୟା ଦାସ ଏହାକୁ ପ୍ରଯୋଜନା କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅନୁଭବ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅନୁରାଧା ପାଣିଗ୍ରାହୀ ନଜର ଆସିବେ । ଅନୁଭବ ଓ ଅନୁରାଧାଙ୍କ ସମେତ ଏହି ଫିଲ୍ମରେ ସୁକାନ୍ତ ରାଧା, ଅଶୋକ ଦାସ, ମମତା ତ୍ରିପାଠୀ, ପ୍ରଦ୍ୟୁମନା ଲେଙ୍କା, ଆଶିଷ (ଗୁଲୁଆ), ସୁଜିତ ପାଇକରାୟ, ଶକ୍ତି ବାରଲା ଏବଂ କାଳିଆ ଷଣ୍ଢ ନଜର ଆସିଛନ୍ତି ।

'ଚ୍ୟାଲେଞ୍ଜ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ଅଧୀନରେ ଆଦିକନ୍ଦ ସାହୁଙ୍କ ଦ୍ୱାରା ପ୍ରଯୋଜିତ, SKM ଦ୍ୱାରା ନିର୍ଦ୍ଦେଶିତ, ଜୀ ସାର୍ଥକ ସହିତ ମିଳିତ ଭାବରେ ଏବଂ ଆମର ମ୍ୟୁଜିକରେ ସଙ୍ଗୀତ ଦ୍ୱାରା ପ୍ରସ୍ତୁତ । ଅର୍ଦ୍ଧେନ୍ଦୁ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଏଲିନା ସାମନ୍ତରାୟ । ତେବେ ପ୍ରଥମ ଥର ପାଇଁ ଅର୍ଦ୍ଧେନ୍ଦୁ ଓ ଏଲିନା ସାମନ୍ତାରାୟ ଏକାଠି ନଜର ଆସିଛନ୍ତି । ଅନ୍ୟପଟେ ଏହି ଫିଲ୍ମ ସହ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଲିପି । ଲୋକପ୍ରିୟ ହିନ୍ଦୀ ଧାରାବାହିକ ମହାଭାରତରେ ଦୁର୍ଯ୍ୟୋଧନ ଚରିତ୍ର କରିଥିବା ପୁନୀତ୍ ଇସାର ଏହି ଫିଲ୍ମ ସହ ସେ ଓଲିଉଡରେ ଡେବ୍ୟୁ କରିଛନ୍ତି ।
'ଚାରିଧାମ' :
ପ୍ରଥମ ଦିନ କଲେକ୍ସନ: 61.21 ଲକ୍ଷ
ଦ୍ୱିତୀୟ ଦିନ କଲେକ୍ସନ: 76.39 ଲକ୍ଷ
ତୃତୀୟ ଦିନ କଲେକ୍ସନ: 89.56 ଲକ୍ଷ
3ୟ ଦିନର ମୋଟ କଲେକ୍ସନ 1.45 କୋଟି
'ଚ୍ୟାଲେଞ୍ଜ':
ପ୍ରଥମ ଦିନ କଲେକ୍ସନ: 33.33 ଲକ୍ଷ
ତୃତୀୟ ଦିନ କଲେକ୍ସନ: 58.36 ଲକ୍ଷ
ମୋଟ କଲେକ୍ସନ 91.6 ଲକ୍ଷ












Click it and Unblock the Notifications