ଦୟାକରି ମୋତେ ଛାଡପତ୍ର ଦେଇଦିଅ ବର୍ଷା, ଭିଡିଓ ପୋଷ୍ଟ କରି କାନ୍ଦି କାନ୍ଦି କହିଲେ ଅନୁଭବ
କଟକ: ଦୟାକରି ମୋତେ ଛାଡପତ୍ର ଦେଇଦିଅ । ପୁଣି ଥରେ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଛନ୍ତି ଅନୁଭବ । ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି । ଅନୁଭବ କହିଛନ୍ତି ଯେ, ନାଁ ମୁଁ ଭଲ ସ୍ୱାମୀ ହୋଇପାରିଲି ନାଁ ଭଲ ବନ୍ଧୁ । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ ।
ଅନୁଭବ ଭିଡ଼ିଓରେ କହିଛନ୍ତି ଯେ, ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି। ଛାଡପତ୍ରକୁ ସ୍ବୀକାର କରନ୍ତୁ । ଶାନ୍ତି ଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ଅନୁରୋଧ କରିଛନ୍ତି ଅନୁଭବ ।
ସେ କହିଛନ୍ତି ଛାଡପତ୍ର ସ୍ୱୀକାର କରି ମୋତେ ଛାଡିଦିଅ ବର୍ଷା । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ । ଛାଡ଼ପତ୍ର ଆବେଦନକୁ ଭଲରେ ଭଲରେ ଗ୍ରହଣ କରିନେବାକୁ ଅନୁଭବ ଅପିଲ କରିଛନ୍ତି ଅନୁଭବ ।
ତାଙ୍କ ଦାମ୍ପତ୍ୟ ଝଗଡା ପୂରା ପରିବାର ଲାଗି ସମସ୍ୟା ସୃଷ୍ଟି କରିଛି ବୋଲି ଅନୁଭବ କହିଛନ୍ତି । ବର୍ଷା ନିଜଆଡୁ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିନେବାକୁ ସୋସିଆଲ ମିଡ଼ିଆ ଜରିଆରେ ପୁଣିଥରେ ଅପିଲ କରିଛନ୍ତି ଅନୁଭବ । ଅନୁଭବ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି । ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ ।

ବର୍ଷା ଅନୁଭବ ବିବାଦ ମାମଲାରେ ଶୀଘ୍ର ଶୁଣାଣି ସାରିବାକୁ ଗତ ଅକ୍ଟୋବର ୦୪ ତାରିଖରେ ଅପିଲ୍ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ ଆଉ ଏକ ପିଟିସନ ଦାୟର କରିଥିଲେ । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁଭବ ଅପିଲ୍ କରିଛନ୍ତି । ଅନୁଭବଙ୍କ ନାଁରେ ଦାୟର ହୋଇଛି ଘରୋଇ ହିଂସା ମାମଲା । ଆଉ ଏହା ରାଜନୈତିକ କ୍ୟାରିୟରକୁ ବିଗାଡିବ ଲାଗି ଉଦ୍ଦିଷ୍ଟ ବୋଲି ଦାୟର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି ।












Click it and Unblock the Notifications