ଆସିଲା ଅନୁଭବଙ୍କ ପାର୍ଟ-୩ ଭିଡିଓ: କହିଲେ, ଆମେ କେବେ ଏକାଠି ରହିପାରିବା ନାହିଁ
ଆସିଲା ଅନୁଭବଙ୍କ ପାର୍ଟ-୩ ଭିଡିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ ।
କଟକ: ଆସିଲା ଅନୁଭବଙ୍କ ପାର୍ଟ-୩ ଭିଡିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ, ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା ଭିଡିଓ ଜାରି କରି ଅନୁଭବ କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ପ୍ରଥମେ ସେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ବୋଲି ସେ ଭିଡିଓ ମାଧ୍ୟମରେ କହିଛନ୍ତି ।

ସାଂସଦ କହିଛନ୍ତି, ସେ ଜଣେ ରାଜନୈତିକ ବ୍ୟକ୍ତି । ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ । ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ । ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ ବୋଲି ସାଂସଦ କହିଛନ୍ତି । ଯଦି ସେ ତାଙ୍କର ଏତେ କ୍ଷତି ପହଂଚାଉଥିଲେ ପୂର୍ବରୁ କାହିଁକି ବର୍ଷା ଏତଲା ଦେଉନଥିଲେ । ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡୁ ଆସିଲା ବୋଲି ଅନୁଭବ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ସତ ଧୀରେ ଧୀରେ ସାମ୍ନାକୁ ଆସିବ । ପୋଲିସ ଏବଂ ପ୍ରଶାସନ ଉପରେ ଭରସା ରହିଛି ବୋଲି ସାଂସଦ କହିଛନ୍ତି ।
ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଭଲ ବୋଲି କହିଛନ୍ତି ଅନୁଭବ।କେସ୍ ଲଢ଼ିଲେ କାହାକୁ କିଛି ମିଳିବିନି । କେସରେ ଜଣେ ଜିତିବ, ଜଣେ ହାରିବ । ହେଲେ ଜୀବନରେ କେହି ଜିତିପାରିବାନି ବୋଲି କହିଛନ୍ତି ଅନୁଭବ । ଏଥିସହ ଜୀବନସାଥୀ ବାଛିବାରେ ମୁଁ କିପରି ଏପରି ଭୁଲ୍ ନିଷ୍ପତ୍ତି ନେଇପାରିଲି ଭାବିକି ଲଜ୍ଜା ଲାଗୁଛି ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ରବିବାର ରାତିରେ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ।

ବର୍ଷାଙ୍କୁ ଦେଲେ ୩ଟି ଚ୍ୟାଲେଞ୍ଜ ଦେଲେ ଅନୁଭବ
ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇ ସତସାହସ ଅଛି ଯଦି ଏହାକୁ ଗ୍ରହଣ କର ବୋଲି କହିଛନ୍ତି ଅନୁଭବ ମହାନ୍ତି । ଏହି ତିନୋଟି ଚ୍ୟାଲେଞ୍ଜ ହେଲା ମେଡିକାଲ ଟେଷ୍ଟ, ଫରେନ୍ସିକ୍ ଲ୍ୟାବରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ଶେଷରେ ଲାଏ ଡିଟେକ୍ସନ୍ ଟେଷ୍ଟ । ସତ ଧୀରେ ଧୀରେ ସାମ୍ନାକୁ ଆସିବ । ପୁଲିସ ଏବଂ ପ୍ରଶାସନ ଉପରେ ଭରସା ରହିଛି ବୋଲି ସାଂସଦ କହିଛନ୍ତି ।
କାହିଁକି ଚୁପଥିଲେ ବର୍ଷା: ଅନୁଭବ
ବର୍ଷା ତାଙ୍କୁ ସ୍ୱାମୀ ବୋଲି କହୁଛନ୍ତି, ହେଲେ ଗଣମାଧ୍ୟମରେ ଯେତେବେଳେ ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ହେଉଥିଲା, ସେତେବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ? ଏବେ ତାଙ୍କ କଥା ପଡ଼ିବାରୁ ସେ ଥାନାକୁ ଯାଇ କାହିଁକି ଧୈର୍ଯ୍ୟହରା ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାସହ ସମ୍ମାନ ସହ ଅଲଗା ହେବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି ।
ଏଥିସହ କହିଛନ୍ତି, ଆମ ଦାମ୍ପତ୍ୟ କଳହ ମୁଁ ନୁହେଁ, ବର୍ଷା ହିଁ ପଦାକୁ ଆଣିଛନ୍ତି । ଉଭୟଙ୍କ ମର୍ଯ୍ୟାଦାହାନୀ ନ ହେବା ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲି । ହେଲେ ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ। । ମୁଁ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି, ବର୍ଷା ଏହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି । ମୋ' ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ମିଛ ।

୮ ବର୍ଷ ହେଲା ଯଦି ସେ ଏତେ ନିର୍ଯାତିତା ହେଉଥିଲେ, କାହିଁକି କେଉଁ ଥାନାରେ ଅଭିଯୋଗ କରି ନ ଥିଲେ। ମୁଁ ଡିଭୋର୍ସ ଫାଇଲ କରିବା ପରେ ସବୁ ନିର୍ଯାତନା କଥା ମନେ ପଡ଼ିଲା, ଆଉ ଥାନାକୁ ଦୌଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications