Get Updates
Get notified of breaking news, exclusive insights, and must-see stories!

ବର୍ଷା-ଅନୁଭବ ପାରିବାରିକ କଳହ: ଏତଲା ପରେ ଏତଲା ଦାୟର

ଗତକାଲି ବର୍ଷାଙ୍କ ପୁରୀଘାଟ ଥାନରେ ଏତାଲ ପରେ ଆଜି ଅନୁଭଙ୍କ ନାମରେ ଏକ ମାମଲା ଦାୟର ହୋଇଛି । ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଅନୁଭବ ।

ଭୁବନେଶ୍ୱର: ଘନେଇବାରେ ଲାଗିଛି ବର୍ଷା-ଅନୁଭବ ପାରିବାରିକ କଳହ । ଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଏତଲା । କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଜଣେ ଜଣଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ ରହିଛନ୍ତି । ତେବେ ଗତକାଲି ବର୍ଷାଙ୍କ ପୁରୀଘାଟ ଥାନରେ ଏତାଲ ପରେ ଆଜି ଅନୁଭଙ୍କ ନାମରେ ଏକ ମାମଲା ଦାୟର ହୋଇଛି । ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଅନୁଭବ ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ।

Anubhav Mohanty

ସେପଟେ ଆଜି ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ନିଜ ଲେଟର ପ୍ୟାଡରେ ପତ୍ନୀ ବର୍ଷାଙ୍କ ନାଁରେ ଚିଠି ଲେଖି ଅଭିଯୋଗ କରିଛନ୍ତି ଅନୁଭବ। କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ଅଭିଯୋଗ ହୋଇଛି। ଏହି ବାର୍ତ୍ତାଳାପର ଅଡିଓକୁ ଯାଞ୍ଚ କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।

ଏହି ଅଡିଓରେ ବର୍ଷା ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ବାର୍ତ୍ତାଳାପ ଭାଇରାଲ ହୋଇଥିଲା। ଏହି ବାର୍ତ୍ତାଳାପର ଅଡିଓକୁ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଅନୁଭବ। ଭାଇରାଲ ଅଡିଓ ତାଙ୍କୁ ବିବ୍ରତ କରିଥିବା ସେ ତାଙ୍କ ଅଭିଯୋଗରେ ଲେଖିବା ସହିତ ଅଡିଓ ପ୍ରମାଣିତ ହେଲେ ଅନୁଭବଙ୍କୁ ସୁରକ୍ଷା ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+