କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ: ଆଜି କାଉନସେଲିଂ କରାଯିବା ସମ୍ଭାବନା
ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଘରୋଇ ହିଂସା ମାମଲା ନେଇପାରେ ନୁଆମୋଡ । ଏହାରି ଭିତରେ କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ ଆଜି କାଉନସେଲିଂ କରାଯିବା ନେଇ ସମ୍ଭାବନା ରହିଛି ।
କିଛି ଦିନ ତଳେ ଦୁଇ ଜଣଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ଅନୁଭବ ବିବାହ ବିଚ୍ଛେଦ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ । ଏହି ଦୁଇ ଆବେଦନକୁ ଆବେଦନକୁ କୋର୍ଟ ଖାରଜ କରିଥିଲେ ଫ୍ୟାମିଲ କୋର୍ଟ ।
ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଥିଲେ, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ।
ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି । ତେଣୁ ପୂରା ଜଜ୍ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ । ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି । ଆମେ ନିଶ୍ଚିତ ଭାବେ ଉପର କୋର୍ଟକୁ ଯିବୁ ।

କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବର୍ଷା ଓ ଅନୁଭବ । ବର୍ଷା ତାଙ୍କ ଏକ୍ସରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଛନ୍ତି ଅନୁଭବ ମହାନ୍ତି ।
ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ କିନ୍ତୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।












Click it and Unblock the Notifications