ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତିଙ୍କର ସରିଲା ନିର୍ବନ୍ଧ
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଶେଷରେ ଓଲିଉଡ ସୁପରଷ୍ଚାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କର ହୋଇଛି ନିର୍ବନ୍ଧ । ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି ।

ସୂଚନା ଅନୁସାରେ, ରାଜ୍ୟ ବାହାରେ ଶୁକ୍ରବାର ଦିନ ଏକ ସ୍ଥାନରେ ଅନୁଭବ ଏବଂ ଜାଗୃତୀଙ୍କ ନିର୍ବନ୍ଧ ଶେଷ ହୋଇଛି । ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
କିଛି ଗଣମାଧ୍ୟମର ସୂଚନା ଅନୁସାରେ, ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି ଏହି ସମୟରେ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧି ହିଁ ଉପସ୍ଥିତ ଥିଲେ । ତେବେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଜାଗୃତିଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି ।












Click it and Unblock the Notifications