ଗିରଫ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ !
Anubhav Barsha Controversy:ଗିରଫ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ ! ଜାତିଆଣ ମନ୍ତବ୍ୟ ଦେଇ ଫସିଲେ ବର୍ଷା
ଭୁବନେଶ୍ୱର: ଅଡୁଆରେ ବର୍ଷା ପ୍ରିୟଦର୍ଶିନୀ । ଅଭିନେତ୍ରୀ ବର୍ଷାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେବା ସହ ଗାଳି ଓ ଦୁର୍ବବ୍ୟବହାର କରିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ବର୍ଷାଙ୍କ ସହ ତାଙ୍କ ମା' ଓ ଝିଆଙ୍କୁ ମଧ୍ୟ ସମନ ପଠାଇଛି। ସୂଚନା ଏହା ମଧ୍ୟ ରହିଛି ଯେ ନିକଟରେ ବର୍ଷାଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସର ଏକ ଟିମ୍ କଟକରେ ମଧ୍ୟ ପହଁଚିଥିଲା । ହେଲେ ପୁରୀଘାଟ ପୋଲିସର କୌଣସି ସହଯୋଗ ମିଳିନଥିଲା ।

ପରବର୍ତ୍ତି ସମୟରେ ବର୍ଷା ନିଜ ବଡ଼ ଭଉଣୀଙ୍କ ସହ ଥାନକୁ ଆସି ସମନ ଗ୍ରହଣ କରିଥିଲେ । ଖାସ କଥା ଏହା ଯେ ୯ ଜୁଲାଇ ୨୦୧୯ର ଏହି ଘଟଣା ୨୦୨୨ ଜୁଲାଇରେ ଥାନାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ଛାଡପତ୍ର ନେଇ କୋର୍ଟରେ ମାମଲା ଚାଲିଛି ।












Click it and Unblock the Notifications