ବର୍ଷା-ଅନୁଭବ ଘରୋଇ ହିଂସା ମାମଲା: କଟକ SDJM କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

କଟକ: ବର୍ଷା-ଅନୁଭବ ଘରୋଇ ହିଂସା ମାମଲା । କଟକ SDJM କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ । ତ୍ୱରିତ ଶୁଣାଣି ପାଇଁ ଆଉ ଏକ ପିଟିସନ୍ ଦାଖଲ କଲେ ବର୍ଷା ।

ଘରୋଇ ହିଂସା ମାମଲାରେ ହାଜର ହୋଇଛନ୍ତି ।ଆଜି ଜେରାର ସମ୍ମୁଖୀନ ହେବେ ବର୍ଷା । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଏ ନେଇ ପୂର୍ଵରୁ ନିର୍ଦେଶ ଦେଇ ଥିଲେ କୋର୍ଟ । ପୂର୍ଵରୁ ବର୍ଷାଙ୍କ ସାକ୍ଷ ଗ୍ରହଣ ଶେଷ ହୋଇଛି ।

ଗତକାଲି ଅନୁଭବ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରି କହିଥିଲେ ଯେ, ବର୍ଷା ଦୟାକରି ମୋତେ ଛାଡପତ୍ର ଦେଇଦିଅ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଥିଲେ । ଅନୁଭବ କହିଥିଲେ ଯେ, ନାଁ ମୁଁ ଭଲ ସ୍ୱାମୀ ହୋଇପାରିଲି ନାଁ ଭଲ ବନ୍ଧୁ । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ ।

ସେ ଆହୁରି କହିଥିଲେ ଯେ, ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି। ଛାଡପତ୍ରକୁ ସ୍ବୀକାର କରନ୍ତୁ । ଶାନ୍ତି ଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ଅନୁରୋଧ କରିଛନ୍ତି ଅନୁଭବ ।

ସେ କହିଛନ୍ତି ଛାଡପତ୍ର ସ୍ୱୀକାର କରି ମୋତେ ଛାଡିଦିଅ ବର୍ଷା । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ । ଛାଡ଼ପତ୍ର ଆବେଦନକୁ ଭଲରେ ଭଲରେ ଗ୍ରହଣ କରିନେବାକୁ ଅନୁଭବ ଅପିଲ କରିଛନ୍ତି ଅନୁଭବ ।

anubhav_varsha

ତାଙ୍କ ଦାମ୍ପତ୍ୟ ଝଗଡା ପୂରା ପରିବାର ଲାଗି ସମସ୍ୟା ସୃଷ୍ଟି କରିଛି ବୋଲି ଅନୁଭବ କହିଥିଲେ । ବର୍ଷା ନିଜଆଡୁ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିନେବାକୁ ସୋସିଆଲ ମିଡ଼ିଆ ଜରିଆରେ ପୁଣିଥରେ ଅପିଲ କରିଛନ୍ତି ଅନୁଭବ । ଅନୁଭବ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି । ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ ।

ବର୍ଷା ଅନୁଭବ ବିବାଦ ମାମଲାରେ ଶୀଘ୍ର ଶୁଣାଣି ସାରିବାକୁ ଗତ ଅକ୍ଟୋବର ୦୪ ତାରିଖରେ ଅପିଲ୍ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ ଆଉ ଏକ ପିଟିସନ ଦାୟର କରିଥିଲେ । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁଭବ ଅପିଲ୍ କରିଛନ୍ତି । ଅନୁଭବଙ୍କ ନାଁରେ ଦାୟର ହୋଇଛି ଘରୋଇ ହିଂସା ମାମଲା । ଆଉ ଏହା ରାଜନୈତିକ କ୍ୟାରିୟରକୁ ବିଗାଡିବ ଲାଗି ଉଦ୍ଦିଷ୍ଟ ବୋଲି ଦାୟର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+