ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଜଗା ଦର୍ଶନ କଲେ ଅନୁଭବ ଓ ଜାଗୃତି

ବିବାହ ପରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ଦମ୍ପତ୍ତି। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିସ କାମନା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ପତ୍ନୀ ଜାଗ୍ରତି ଶୁକ୍ଳା।

Anubhav and Jagarani

ନାଲି ଶାଢୀ ପିନ୍ଧି ହାତରେ ନାଲି ଶଙ୍ଖା ପିନ୍ଧି ଆଉ ମଥାରେ ଅନୁଭବଙ୍କ ନାଁର ସିନ୍ଦୂର ଆଉ ବେକରେ ମଙ୍ଗଳ ସୂତ୍ର ପିନ୍ଧି ପୁରା ଓଡ଼ିଆ ଘରର ବୋହୂ ବେଶରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜାଗ୍ରତି। ପୁରା ଲାଲ ଟୁକୁଟୁକୁ ସାଧବ ବୋହୂ ବେଶରେ ଅନୁଭବଙ୍କ ସହ ଶ୍ରୀ ମନ୍ଦିର ପରିକ୍ରମା କରିଛନ୍ତି ପତ୍ନୀ ଜାଗ୍ରତି।

ହଁ ଦିଲ୍ଲୀରେ ବିବାହ ସାରି ଓଡ଼ିଶା ଆସିବା ପରେ ବାହାଘରର ସବୁ କର୍ମ ସାରି ସାଙ୍ଗ ହୋଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦୁହେଁ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ନୂଆ ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଦୁହେଁ ପାଖାପାଖି ୨ ଘଣ୍ଟା ଧରି ମନ୍ଦିର ଭିତରେ ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିବା ସହ ଅଭଢ଼ା ମଧ୍ୟ ଖାଇଛନ୍ତି। ଜାଗ୍ରତିଙ୍କ କହିବା କଥା ସେ ଆଗରୁ ବୋହୁତ ଥର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହେଲେ ଅନୁଭବଙ୍କ ସହ ସେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ବୋଲି କହିଛନ୍ତି ଜାଗ୍ରତି।

ଆଉ ଓଡ଼ିଆ ନହୋଇ ମଧ୍ୟ ସେ ଓଡିଆରେ କଥା କହିବାକୁ ଚେଷ୍ଟା କରିଛନ୍ତି। ଏହାସହ ଶାଢୀ ପିନ୍ଧି ପୁରା ଓଡିଆ ଘରର ବୋହୂ ବେଶରେ ଜଗା ପାଖକୁ ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+