ଟିକାକେନ୍ଦ୍ର ପରିଦର୍ଶନ କଲେ ଅନୁ ଗର୍ଗ
ରାଜଧାନୀର ବିଭିନ୍ନ ଟିକାକେନ୍ଦ୍ର ପରିଦର୍ଶନ କଲେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଅନୁ ଗର୍ଗ।
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଟିକାକେନ୍ଦ୍ର ପରିଦର୍ଶନ କଲେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଅନୁ ଗର୍ଗ। ଲିଙ୍ଗରାଜ ମନ୍ଦିର ନିକଟ ବିଏମସି ହସ୍ପିଟାଲ, ବରଗଡ଼ ଓ ୟୁନିଟ-୩ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟିକାକରଣ କେନ୍ଦ୍ର ବୁଲିଲେ।

ବାରମ୍ବାର ପରାମର୍ଶ ସତ୍ତ୍ୱେ କେତେକ କେନ୍ଦ୍ରରେ ଲୋକେ ବିନା ସ୍ଲଟ ବୁକିଂରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଥିଲା। ସେଠି ଲୋକଙ୍କୁ ବୁଝାଇଥିଲେ। ଅଯଥା ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଥିଲେ। ଖରାରେ ଲମ୍ବା ଧାଡି ରହୁଥିବାରୁ ଛାଇ ଓ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ଗର୍ଗ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଲାଇନ କରିବାକୁ କହିଥିଲେ।
ଏହା ସହ ଟେଷ୍ଟିଂ ଓ ଟିକାକରଣକୁ ପୃଥକ କରିବାକୁ ନିର୍ଦେଶ ଦେଇଛନ୍ତି ଗର୍ଗ। ସେହିଭଳି ବହୁ କେନ୍ଦ୍ରରେ ଟେଷ୍ଟିଂ ଓ ଟିକାକରଣ ପୃଥକ କରାଯାଇଥିବା ବେଳେ ଅନ୍ୟ ସବୁ କେନ୍ଦ୍ରରେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଟିକାକରଣ ବନ୍ଦ ଥିବା ବେଳେ ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ନିକଟସ୍ଥ ସରକାରୀ ଟୀକାକେନ୍ଦ୍ରରେ ଟୀକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।












Click it and Unblock the Notifications