ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲା ପରେ ଅନୁ ଗର୍ଗଙ୍କ ପ୍ରତିକ୍ରିୟା
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି । ଆଜି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଦାୟିତ୍ବ ନେଇଥିଲେ ଅନୁଗର୍ଗ ।
ତେବେ କାର୍ଯ୍ୟକାଳ ସରିବା ପରେ ଅନୁ ଗର୍ଗଙ୍କୁ ଦାୟିତ୍ବ ଦେଇ ସେ କହିଛନ୍ତି, ନୂଆ ସରକାର ଆସିବା ପରେ ନୂଆ ଚାଲେଞ୍ଜ ରହିଥିଲା । ଶାସନ ଏବଂ ପ୍ରଶାସନ ଏକାଠି ହୋଇ କିପରି କାମ କରିବେ ତାହା ନୂଆ ସରକାରଙ୍କ ଲକ୍ଷ୍ୟ ଥିଲା । ସରକାର ଅନେକ ପ୍ରକାର ନୂଆ ଯୋଜନା ଆଣିଥିଲେ ସେ ଉପରେ ନୂଆ ନୂଆ କାର୍ଯ୍ୟ ହୋଇଛି ।

ମୁଁ ଏହି ସବୁ କାର୍ଯ୍ୟ କରି ଅନେକ ଖୁସି । ଓଡ଼ିଶାବାସୀଙ୍କ ଠାରୁ ଭଲ ପାଇବା ପାଇଛି, ତେଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି । ନୂଆ ସରକାରରେ ଚାଲେଞ୍ଜ ଥିଲେ ମଧ୍ୟ ଗୁରୁତ୍ବ ଦେଇ ସବୁ କାର୍ଯ୍ୟ କରିଥିବା ନେଇ ମନୋଜ ଆହୁଜା କହିଛନ୍ତି । ତେବେ ଦାୟିତ୍ବ ନେବା ପରେ ଅନୁ ଗର୍ଗ କହିଛନ୍ତି, ନୂଆ ସରକାରରେ ବଡ଼ ଦାୟିତ୍ବ ଦିଆଯାଇଛି । ରାଜ୍ୟର ଉନ୍ନତି ଏବଂ ପ୍ରଗତି ଆଣିବା ମୂଳ ଲକ୍ଷ୍ୟ । ଆମେ ନୂଆ ଭିଜନ ନେଇ କାର୍ଯ୍ୟ କରିବୁ । ସ୍ବପ୍ନର ଓଡ଼ିଶା ଗଠନ ଆମ ପାଇଁ ଚାଲେଞ୍ଜ ରହିଥିଲେ ହେଁ ଆମେ ସବୁ ମିଶି କାର୍ଯ୍ୟ କରିବୁ ବୋଲି କହିଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications