ପ୍ରଦୀପ ଜେନାଙ୍କ ପରେ ନୂଆ ଉନ୍ନୟନ କମିଶନର ହେଲେ ଅନୁ ଗର୍ଗ
ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଦାୟିତ୍ୱ ମିଳିବା ପରେ ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି ।

ଭୁବନେଶ୍ୱର: ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଦାୟିତ୍ୱ ମିଳିବା ପରେ ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି ।
ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି । ଅନୁ ଗର୍ଗ ଜଳସଂପଦ ସଚିବ ସହ ଉନ୍ନୟନ କମିସନର ଦାୟିତ୍ବ ତୁଲାଇବେ । ବର୍ତ୍ତମାନ ସେ ସେହି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱରେ ଥିଲେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ପ୍ରଦୀପ କୁମାର ଜେନା ।
ସୂଚନାଥାଉ କି, ୧୯୮୯ ବ୍ୟାଚର ଆଇଏଏସ ପ୍ରଦୀପ କୁମାର ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୧ରୁ ଗ୍ରହଣ କରିବେ ଦାୟିତ୍ୱ । ଫେବୃଆରୀ ୨୮ ତାରିଖରେ ଏବେର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି ।












Click it and Unblock the Notifications