ଚାଲିଛି ମାଓବାଦୀ ଦମନ ଅପରେସନ
ଭୁବନେଶ୍ୱର : ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଅପରେସନ । SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ କାଲିଠାରୁ ଚାଲିଛି ଗୁଳିବିନିମୟ ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳ ନଳୀକୁମ୍ପା ଜଙ୍ଗଲରେ ଚାଲିଛି ଏହି ଅପରେସନ । କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି। ଜବତ ହେଲା ପ୍ରାୟ 40 IED। ଏଥିପାଇଁ ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳରୁ ବମ୍ ସ୍କ୍ୱାଡ୍ଙ୍କୁ ସାମିଲ କରାଯାଇଛି ।

ଅପରେସନରେ ପ୍ରାୟ ୩ ଶହରୁ ଅଧିକ SOG ଯବାନ ସାମିଲ ହୋଇଛନ୍ତି । ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହରେ ଅତି ସତର୍କତାର ସହ ସୁରକ୍ଷାକର୍ମୀ ଆଗକୁ ବଢ଼ିଛନ୍ତି ।ଜଙ୍ଗଲରେ ବିସ୍ଫୋରକ ଠାବ ସହ ନିଷ୍କ୍ରିୟ କରିବା ପାଇଁ ୩ଟି ବୋମା ନିଷ୍କ୍ରିୟକାରୀ ଟିମ୍ ଏହି ଅପରେସନରେ ସାମିଲ ହୋଇଛନ୍ତି ।












Click it and Unblock the Notifications