ବ୍ରହ୍ମପୁରରେ ଉତ୍ପାଦନ ହେବ ଆନ୍ଥ୍ରାକ୍ସ ଓ ଇଏନଟି ଟିକା

ବ୍ରହ୍ମପୁର: ବ୍ରହ୍ମପୁରରେ ଉତ୍ପାଦନ ହେବ ଆନ୍ଥ୍ରାକ୍ସ ଓ ଇଏନଟି ଟିକା । ଓଡ଼ିଶା ସରକାରଙ୍କ ୫ଟି ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇ.ଏନ୍‌.ଟି.ଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜି.ଏମ୍‌.ପି (ଗୁଡ଼୍ ମୁନୁଫାକ୍‌ଚରିଂ ପ୍ରାକଫିସେସ୍‌) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ପ୍ରାଣୀସଂପଦ ବିକାଶ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।

ଚୁକ୍ତିନାମା ସ୍ୱାକ୍ଷରିତ ବେଳେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ରହିଥିଲେ । ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ଅତ୍ୟାଧୁନିକ ଲାବୋରେଟୋରୀ । ବାର୍ଷିକ ୫୦ ଲକ୍ଷ ଆନ୍ଥ୍ରାକ୍ସ ଓ ୨ କୋଟି ଇ.ଏନ୍‌.ଟି.ଭି ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

Anthrax and ENT vaccines will be produced in Brahmapur

ଚୁକ୍ତିନାମାରେ ପ୍ରାଣୀପାଳନ ଓ ପାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରମାଶିଷ ହାଜରା ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ସିନିୟର ଜେନେରାଲ୍ ମ୍ୟାନେଜର ସୁନୀଲ ସିହ୍ନା ସ୍ୱାକ୍ଷର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଫଳରେ ରାଜ୍ୟ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପ୍ରାଣୀପାଳନ ରାଜ୍ୟର ଚାଷୀମାନଙ୍କ ରୋଜଗାର ଓ ଆୟବୃଦ୍ଧି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଏହା ରାଜ୍ୟର ପ୍ରାଣୀସଂପଦ କଲ୍ୟାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛି ମନ୍ତ୍ରୀ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ବରିଷ୍ଠ ଜେନେରାଲ ମ୍ୟାନେଜର ସୁନୀଲ ସିହ୍ନା, ନାବାର୍ଡର ସିଜିଏମ୍ ସୁଧାଂଶୁ କେ. କେ. ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+