Get Updates
Get notified of breaking news, exclusive insights, and must-see stories!

ପଦ୍ମଶ୍ରୀ ମାମଲା: ମାମଲା ଖାରଜ କଲେ ଓଡ଼ିଶା ହାଇକୋର୍ଟ, ଗଣିବେ ୧୦ ହଜାର ତଣ୍ଡ

ପଦ୍ମଶ୍ରୀ ପୁରସ୍କାରକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି। ହାଇକୋର୍ଟ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ମାମଲାର ଆବେଦନକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ତାଗିଦ କରି ମାମଲାକୁ ଖାରଜ କରିଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଆବେଦନକାରୀ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଜରିମାନା ଗଣିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀ ନିଜ ଆବେଦନ ଅନୁସାରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିପାରି ନ ଥିଲେ।

ସୂଚନାଯୋଗ୍ୟ, ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯାଇଥିଲା। ଅନ୍ତର୍ଯାମୀ ମିଶ୍ର ପୁରସ୍କାର ପାଇବା ପାଇଁ ଚୟନ ହୋଇଥିଲେ। କିନ୍ତୁ ସମାନ ନାମରେ ଅନ୍ୟ ଜଣେ ବ୍ୟକ୍ତି, ଯିଏକି ଜଣେ ଡାକ୍ତର, ନିଜକୁ ଏହି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର ବୋଲି କହିଥିଲେ। ତାଙ୍କ କହିବା ଅନୁସାରେ, ସେ ବିଭିନ୍ନ ଭାଷାରେ ୨୯ଟି ପୁସ୍ତକ ଲେଖିଛନ୍ତି। ତାଙ୍କ ବଦଳରେ ଅନ୍ୟ ଜଣେ ବ୍ୟକ୍ତି, ଯିଏକି ଜଣେ ପୂର୍ବତନ ସାମ୍ବାଦିକ, ସେ ତାଙ୍କ ନାମ ବ୍ୟବହାର କରି ଏହି ପୁରସ୍କାର ହାତେଇଛନ୍ତି। ଏହାକୁ ନେଇ ଡାକ୍ତର ଜଣକ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ।

odisha high court

ଭୁବ‌ନେଶ୍ବରରେ ବାସ କରୁଥିବା ଆବେଦନକାରୀ ପେସାରେ ଜଣେ ପଶୁ ଚିକିତ୍ସକ ଓ ଲେଖକ । ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ଆବେଦନକାରୀ ୨୯ଟି ବହି ରଚନା କରିଛନ୍ତି । ସାହିତ୍ୟ ପ୍ରତି ଅବଦାନ ପାଇଁ ତାଙ୍କ ନାଁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ବୋଲି ନିଜ ଆବେଦନରେ ହାଇକୋର୍ଟଙ୍କୁ ପାର୍ଥନା କରିଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିଲେ । ଏପରିକି ତାଙ୍କୁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଫୋନ୍ କଲ ଆସିଥିଲା ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ।

ଏହି ଫୋନ କଲରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ସେହିପରି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପାଇଁ ତାଙ୍କୁ ନିମନ୍ତ୍ରଣ ପତ୍ର ଲାଗି ଅପେକ୍ଷା କରିବାକୁ ଟେଲିଫୋନରେ ତାଙ୍କୁ ସେ ଦିନ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀ ଆଶ୍ଚର୍ଯ୍ୟ ହେଇଥିଲେ ଯେ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉଛି । ପଦ୍ମଶ୍ରୀ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିବା ବେଳେ ସମାନ ନାଁ ଥିବା ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି ଘଟଣାର ତଦନ୍ତ କରାଯିବା ସହିତ ପଦ୍ମଶ୍ରୀ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+