ରାଜ୍ୟରେ ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା
ରାଜ୍ୟରେ ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ବଲାଙ୍ଗୀର ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ କୈଳାସ ଚନ୍ଦ୍ର ସାହୁ ଓ ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ଦେହାନ୍ତ ଘଟିଛି ।
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ବଲାଙ୍ଗୀର ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ କୈଳାସ ଚନ୍ଦ୍ର ସାହୁ ଓ ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ଦେହାନ୍ତ ଘଟିଛି ।

କିଛି ଦିନ ତଳେ କୈଳାସ ଚନ୍ଦ୍ର କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଚିକିତ୍ସିତ ହେବା ପରେ ସେ ଅସୁସ୍ଥତା କାରଣରୁ ଘରେ ଥିଲେ । ଆଜି ସକାଳ ୫ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜଣେ ପରୋପକାରୀ ବରିଷ୍ଠ ସାମ୍ବାଦିକ ଭାବେ ସେ ପାଟଣାଗଡ଼ ଅଂଚଳରେ ବେଶ୍ ଜଣାଶୁଣା ।
ସେହିପରି ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ମୃତ୍ୟୁବରଣ ହୋଇଛି । ଆଜି ସକାଳ ସମୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications