ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ଟ୍ରାକ୍ରୁ ଖସିଲା ମାଲଗାଡ଼ି
କୋରାପୁଟ: ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍। ଲୁହା ଗୁଣ୍ଡ ବୋଝେଇ ଟ୍ରେନର ୬ଟି ୱାଗନ ଟ୍ରାକ୍ରୁ ଖସି ପଡିଛି। କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶର ବୋଦାଭରା ନିକଟରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏହି ମାଲବାହୀ ଟ୍ରେନ୍ କିରଣ୍ଡରୁଲରୁ ବିଶାଖାପାଟଣା ଯାଉଥିଲା।
ମାଲଗାଡ଼ି ଖସିବାରୁ ଆରକୁ ନିକଟ ଚିମିଡ଼ିପାଲିରେ ବିଶାଖାପାଟଣା-କିରଣ୍ଡୁଲ ପାସିଞ୍ଜେର ଟ୍ରେନ୍ ଅଟକିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ପୂର୍ବତନ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ୍ ଅନୁପ ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହିତ ଶ୍ରୀ ଶତପଥୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।

ମାଲଗାଡ଼ି ଲାଇନ୍ଚ୍ୟୁତ ହେବା ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍ ନମ୍ବର ୧୮୫୧୪ ବିଶାଖାପାଟନମ୍-କିରଣ୍ଡୁଲ ଏକ୍ସପ୍ରେସ୍ ଆଜି ବାତିଲ ହୋଇଛି। ସେହିପରି ଟ୍ରେନ୍ ନମ୍ବର ୧୮୫୧୩ କିରଣ୍ଡୁଲ-ବିଶାଖାପାଟନମ ଏକ୍ସପ୍ରେସ କିରଣ୍ଡୁଲରୁ ବାହାରି ଭାୟା କୋରାପୁଟ, ରାୟଗଡ଼ାରୁ ଫେରିବ। ଟ୍ରେନ୍ ନମ୍ବର ୧୮୫୧୩ କିରଣ୍ଡୁଲ-ବିଶାଖାପାଟନମ ଏକ୍ସପ୍ରେସ୍ କିରଣ୍ଡୁଲରୁ ୨୦୨୩ ଜୁନ ୧୯ରେ ବାତିଲ କରାଯାଇଛି।
ସୂଚନାଯୋଗ୍ୟ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବିଗତ କିଛି ଦିନ ହେଲା ବାରମ୍ବାର ଟ୍ରେନ୍ ଦୁର୍ଘଟଣା ଘଟୁଛି। ବାହାନଗା ଟ୍ରେନ ଦୁର୍ଘଟଣା ପରେ ଗତକାଲି (ଶନିବାର) ରାୟଗଡ଼ା ଆମ୍ବଦୋଳା ନିକଟରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା । ସେହିପରି ଗତ ୫ ତାରିଖରେ ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିପଡ଼ିଥିଲା । ମେଣ୍ଢାପାଲି ନିକଟରେ ଟ୍ରେନର ୫ଟି ବଗି ଲାଇଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ଯାଇଥିଲା ।
ସେହିପରି ୭ ତାରିଖରେ ଯାଜପୁର ରେଳ ଷ୍ଟେସନର ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଦୁର୍ଭାଗ୍ୟବଶତଃ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗତ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟବର୍ତ୍ତୀ ରୂପସା ଷ୍ଟେସନ ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ୧୪ ତାରିଖରେ କଳାହାଣ୍ଡିଠାରେ ଗୋଟିଏ ମାଲବାହୀ ଟ୍ରେନ ଇଞ୍ଜିନ ଛାଡ଼ି ପଳାଇ ଯାଇଥିଲା ।
କହିରଖୁ କି, ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଏହା ମଧ୍ୟରେ ୨୯୧କୁ ବୃଦ୍ଧି ପାଇଥିବା ବେଳେ ପାଖାପାଖି ୧ ହଜାର ଯାତ୍ରୀ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications