Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପୁଣି ଏକ ଟ୍ରେନ ଦୁର୍ଘଟଣା, ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ରାୟଗଡ଼ା: ଓଡ଼ିଶାରେ ପୁଣି ଏକ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନର ୪ଟି ବଗି ହେଲା ଲାଇନଚ୍ୟୁତ । ରାୟଗଡ଼ା ଆମ୍ବଦୋଳା ନିକଟରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ମିଳିଥିବା ଅମ୍ବାଦୋଳା ଷ୍ଟେସନଠାରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବେଦାନ୍ତ କମ୍ପାନୀକୁ ଯିବା ରାସ୍ତାରେ ମାଲବାହୀ ୱାଗନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ସ୍ୱତନ୍ତ୍ର ଲାଇନରେ ଏହି ଦୁର୍ଘଟଣା ଘଟିଥିବାରୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଏହି ଖବର ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରୁଛନ୍ତି ।

Another Train Accident in Odisha: 4 Coaches of Freight Train defined

ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ଗତ ୫ ତାରିଖରେ ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିପଡ଼ିଥିଲା । ମେଣ୍ଢାପାଲି ନିକଟରେ ଟ୍ରେନର ୫ଟି ବଗି ଲାଇଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ଯାଇଥିଲା । ୭ ତାରିଖରେ ଯାଜପୁର ରେଳ ଷ୍ଟେସନର ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଦୁର୍ଭାଗ୍ୟବଶତଃ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗତ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟବର୍ତ୍ତୀ ରୂପସା ଷ୍ଟେସନ ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ୧୪ ତାରିଖରେ କଳାହାଣ୍ଡିଠାରେ ଗୋଟିଏ ମାଲବାହୀ ଟ୍ରେନ ଇଞ୍ଜିନ ଛାଡ଼ି ପଳାଇ ଯାଇଥିଲା ।

ସେହିପରି ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଏହା ମଧ୍ୟରେ ୨୯୧କୁ ବୃଦ୍ଧି ପାଇଥିବା ବେଳେ ପାଖାପାଖି ୧ ହଜାର ଯାତ୍ରୀ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+