ଭୁବନେଶ୍ବରରେ ପୁଣି ସିରିଜ୍‌ ଦୁର୍ଘଟଣା ; ରାଜମହଲ ଛକରେ ବସକୁ ପିଟିହେଲା ବସ

ରାଜଧାନୀରେ ପୁଣି ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ୱର ରାଜମହଲ ଛକ ନିକଟରେ ପଛକୁ ପଛକୁ ପିଟି ହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ କେତେ ଜଣ ଆହତ ହୋଇଥିବା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଦୁର୍ଘଟଣା ପରେ ରାସ୍ତା ଜାମ୍‌ ହୋଇଛି ।

series of accidents

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଭୁବନେଶ୍ୱର ରାଜମହଲ ଛକରେ ଘଟିଲା ଦୁର୍ଘଟଣା । ମୋ ବସ୍‌ ଭାରସାମ୍ୟ ହରାଇ ଆଗରେ ଥିବା ଆଉ ଏକ ମୋ ବସ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଗାଡି ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଏଁ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ସେପଟେ ଦୁର୍ଘଟଣାରେ ରାସ୍ତାରେ ଜାମ୍‌ ଲାଗିରହିଥିଲା । ଏମିତିକି ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକକୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଟ୍ରାଫିକ ଅଧିକାରୀ ପହଞ୍ଚି ରାସ୍ତାରୁ ଭିଡ ହଟାଉଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+