ପୁଣି ବିଜେଡିରେ ଫାଟ ; ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ୍ ଇସ୍ତଫା !

ପୁଣି ବିଜେଡିରେ ହଲଚଲ । ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା । ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ବିଜେଡି ନେତା । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା,ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ନବୀନ ନିବାସରେ ପହଞ୍ଚି ମୁନ୍ନା ଖାଁ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି ।

Muna Khan

ଗତ ୫ ତାରିଖରେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଗଠନ କରିଥିଲା । ଏହି କମିଟିରେ ଦିଲ୍ଲୀପ ତିର୍କୀଙ୍କୁ କନଭେନର୍ ଭାବେ ଦାୟିତ୍ୱ ଦିଆଯାଇଥିଲା, ଆଉ ସାଉଥ୍ ଜୋନ୍ କୋ-ଅର୍ଡିନେଟର୍ ଭାବେ ରହିଥିଲେ ସାଂସଦ ମୁନ୍ନା ଖାଁ । ହେଲେ ଏହି ଦାୟିତ୍ୱକୁ ନେଇ ସେ ଖୁସି ନଥିବା ଜଣାପଡିଛି । ଯେଉଁ କାରଣରୁ ସିଧା ନବୀନ ନିବାସ ଆସି, ସେ ନିଜର ଅସନ୍ତୋଷ ଜାହିର କରିବା ସହିତ, ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବିଜେଡି ସାଂସଦ ମୁନ୍ନା ଖାଁ । ଦଳର କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବା ବେଳେ, ଏହି ବିଲକୁ ଖୋଲା ବିରୋଧ କରିଥିଲେ ମୁନ୍ନା ଖାଁ । ଏମିତି କି, ଏହି ପ୍ରସଙ୍ଗକୁ ନେଇ ବିଜେଡି ଭିତରେ ମଧ୍ୟ ଫାଟ ଦେଖିବାକୁ ମିଳିଥିଲା । ହେଲେ ଏବେ ପୁଣିଥରେ ସଙ୍ଗଠନରେ ଦାୟିତ୍ୱକୁ ନେଇ ପୁଣି ବିଜେଡିରେ ଦେଖିବାକୁ ମିଳିଛି ଅସନ୍ତୋଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+