ରାଜ୍ୟରେ ଅଂଶୁଘାତ ନେଲା ଆଉ ଜଣଙ୍କ ଜୀବନ !
ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ! ଶ୍ରମିକ ଜଣଙ୍କ ହିଟଷ୍ଟ୍ରୋକ ବା ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।ପ୍ରବଳ ଖରା ଓ ଗୁଳିଗୁଳି ଭିତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣଙ୍କ ହିଟଷ୍ଟ୍ରୋକ ବା ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ପଶ୍ଚିମବଙ୍ଗର ଖଦିମୁଲ ଇସଲାମ। ସେ ବୌଦ୍ଧ ଜିଲ୍ଲାରେ ଥିବା ଏକ ରେଳ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ।

ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣୀନଗର ମୂଳବାସିନ୍ଦା ହେଉଛନ୍ତି ଇସଲାମ। ସେ ଏକ ଘରୋଇ ଠିକା ସଂସ୍ଥା ଅଧୀନରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରୋଡା କୋଠା ନିକଟରେ ଚାଲିଥିବା ରେଳ ଲାଇନରେ ଡ୍ରେନ ନିର୍ମାଣ କାମରେ ନିୟୋଜିତ ଥିଲେ।
ସବୁ ଦିନ ଭଳି ସୋମବାର ମଧ୍ୟ ସେ କାମ ସାରିବା ପରେ ନିଜ ସହଯୋଗୀମାନଙ୍କ ସହ ରହିଥିଲେ। ତେବେ ବିଳମ୍ବିତ ରାତିରେ ସେ ବାନ୍ତି କରିବା ଆରମ୍ଭ କରିଥିଲେ। ସମୟକ୍ରମେ ବାନ୍ତି ବଢ଼ିବା ଆରମ୍ଭ ହୋଇଥିଲା।
ତୁରନ୍ତ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ପୁଲିସ୍ ଖବର ପାଇ ପହଞ୍ଚିବା ସହ ଗୋଟିଏ ଅସ୍ୱାଭାବିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications