ପୁଣି ଆଉ ଏକ ଜୀବନ ନେଲା ବିଷାକ୍ତ ପୋକ ସ୍କ୍ରବ୍ ଟାଇଫସ୍, ବରଗଡ଼ରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ବରଗଡ଼: ପୁଣି ଆଉ ଏକ ଜୀବନ ନେଲା ବିଷାକ୍ତ ପୋକ ସ୍କ୍ରବ୍ ଟାଇଫସ୍ । ମୃତକ ବ୍ୟକ୍ତି ଜଣକ ହେଲେ ସୋହେଲା ଅଞ୍ଚଳର ୪୮ ବର୍ଷିୟ ବ୍ୟକ୍ତି । ସୂଚନା ଅନୁସାରେ, ଏକ ଘରୋଇ ଡାକ୍ତରରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମ ବୁର୍ଲା ଭିମସାଗରର ଏକ ଦଳ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ୱାସ୍ଥ୍ୟ ବିଭାଗର ଟିମ୍ ଆସି ଏହାର କାରଣ ଓ ନିରାକରଣ ବିଷୟରେ ପଚାରି ବୁଝିଥିଲେ । ସୂଚନାଥାଉ ଯେ, କେନ୍ଦ୍ରୀୟ ଟିମ୍ ପ୍ରଥମେ ସୁନ୍ଦରଗଡ଼ ଓ ବରଗଡ଼ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି ।

ଏହି ଟିମରେ଼ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ, ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ରହିଛନ୍ତି।
ସ୍କ୍ରବ୍ ଟାଇଫସ୍ ରୋଗର ଲକ୍ଷଣ
ଚିଗର ପୋକ କାମୁଡିବା ଦ୍ୱାରା ବ୍ୟାପୁଥିବା ଏହି ରୋଗ ଏବେ ଚିନ୍ତାର କାରଣ ପାଲିଟିଛି । ଚିଗର ପ୍ରଥମେ ଏହି ରୋଗ ହେବା ଦ୍ୱାରା ଶରୀରରେ ଘା' ଭଳି ଲକ୍ଷଣ ଦେଖାଯାଏ । ପରେ ଘା' ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଘୋଳାବିନ୍ଧା ହୁଏ । ଏହା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ । ବର୍ଷା ଦିନ ଥିବାରୁ ଲୋକମାନଙ୍କୁ ବୁଦାଳିଆ ଓ ଚାଷ ଜମିକୁ ଯିବା ସମୟରେ ଶରୀରକୁ ପୁରା କପଡ଼ାରେ ଢାଙ୍କି ଯିବା ଲାଗି ସଚେତନ କରାଯାଉଛି ।












Click it and Unblock the Notifications