ଏସସିବିରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଆଉ ଜଣେ ରୋଗୀଙ୍କ ମୃତ୍ୟୁ
କଟକ ଏସସିବି ମେଡିକାଲର ଇକ୍ମୋ ୟୁନିଟ୍ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।
କଟକ: କଟକ ଏସସିବି ମେଡିକାଲର ଇକ୍ମୋ ୟୁନିଟ୍ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହୃଦ୍ଘାତର ଶିକାର ହେବା ପରେ ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସେ ଏସସିବିର ନ୍ୟୁରୋଲୋଜି ଡିପାର୍ଟମେଣ୍ଟର ଏଚ୍ଓଡି ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ ଥିଲେ। ତାଙ୍କ ବୟସ ୧୮ ବର୍ଷ। ପୂର୍ବରୁ ଇକମୋ ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ଆଉ ମାତ୍ର ଜଣେ ରୋଗୀ ଇକମୋ ୟୁନିଟରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।
ଏସ୍ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ତାଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଏହାସହ ଫୁସଫୁସ ଜିନିତ ସମସ୍ୟା ମଧ୍ୟ ଥିଲା। ୨୪ ତାରିଖରେ ସେ ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ। ତଥାପି ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ।
ପୂର୍ବରୁ ଇକ୍ମୋ ୟୁନିଟ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ସହିତ ଏସ୍ସିବି ଇକ୍ମୋ ୟୁନିଟ୍ରେ ଏଯାବତ୍ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ଜଣେ ରୋଗୀ ଏହି ଇକମୋ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications