ପୁଣି ଏକ ଯୋଡ଼ା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଲଘୁଚାପ ପାଇଁ ସତର୍କତା। ମାଡ଼ି ଆସୁଛି ଏକାଥରେ ଦୁଇ ଦୁଇଟି ଲଘୁଚାପ। ଏଥିପାଇଁ ଏବେଠୁ ସତର୍କତା ଜାରି କରିଛି ପ୍ରଶାସନ। ବିଶେଷ କରି ଏହି ଯୋଡ଼ା ଲଘୁଚାପ ଆଗାମୀ 24 ଘଣ୍ଟାରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ହେବାର ଆଶଙ୍କା ରହିଛି।

ତା ସହିତ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବ ବୋଲି କୁହାଯାଇଛି। ତେଣୁ ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ସତର୍କ ରହିଛି ପ୍ରଶାସନ।
ଆଗାମୀ 24 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଥିପାଇଁ ଏବେଠୁ ପ୍ରଶାସନ ସତର୍କତା ଜାରି କରିଛି।












Click it and Unblock the Notifications