For Quick Alerts
Turn On Notification  
For Daily Alerts
Oneindia App Download

ଭଲ ଖବର: ଆଗାମୀ ୨ ଦିନ ମଧ୍ୟରେ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏକ ଅକ୍ସିଜେନ୍ ପ୍ଲାଣ୍ଟ । ତେବେ ଏମକେସିଜିରେ ଥିବା ଏହି ଲିକ୍ୟୁଇଡ୍‌ ଅକ୍ସିଜେନ ପ୍ଲାଣ୍ଟର କାମ ପ୍ରାୟତଃ ସମାପ୍ତ ହୋଇସାରିଛି ।

|

ବ୍ରହ୍ମପୁର: ମହାମାରୀ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗକ ବଢିଛି । କାରଣ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏକ ଅକ୍ସିଜେନ୍ ପ୍ଲାଣ୍ଟ ।

Oxygen Plant

ତେବେ ଏମକେସିଜିରେ ଥିବା ଏହି ଲିକ୍ୟୁଇଡ୍‌ ଅକ୍ସିଜେନ ପ୍ଲାଣ୍ଟର କାମ ପ୍ରାୟତଃ ସମାପ୍ତ ହୋଇସାରିଛି । ତେବେ ଏଥିରେ ସିଧାସଳଖ ପାଇପ୍‌ ସଂଯୋଗ ହୋଇ ଅକ୍ସିଜେନ୍ ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର ।

ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବିଭିନ୍ନ ସ୍ଥାନକୁ ୨ ହଜାର ସିଲିଣ୍ଡର ଯୋଗାଇ ଦିଆଯାଇପାରିବ । ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଲିକ୍ୟୁଇଡ ଅକ୍ସିଜେନ୍ ପ୍ଲାଣ୍ଟ ହେବ ବୋଲି ସେ କହିଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଅଭାବ ଦୂର କରିବାରେ ଏହି ପ୍ଲାଣ୍ଟ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ କରିବାକୁ ଯେଉଁ ପ୍ରସ୍ତାବ ମାଗିଥିଲେ ସେନେଇ ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ତାଲିକା ପଠାଇଛନ୍ତି । ୩୦ଟି ଜିଲ୍ଲା, ଆଇଜିଏଚ୍, କ୍ୟାପିଟାଲ ହସ୍ପିଟାଲ ଓ ୮ ମେଡିକାଲ କଲେଜକୁ ମିଶାଇ ମୋଟ୍ ୪୦ଟି ସ୍ଥାନରେ ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ତାଲିକା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another Oxygen Plant will be Ready At MKCG in the next two days
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X