ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ, ଦୈନିକ ସଂକ୍ରମଣ ଦୁଇ ଶହ ପାର୍
ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଆଜି ରାଜ୍ୟରେ ଦୁଇ ଶହ ପାର୍ ହୋଇଛି ଦୈନିକ ସଂକ୍ରମଣ ସଂଖ୍ୟା ।
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସେପଟେ ଆଜି ରାଜ୍ୟରେ ଦୁଇ ଶହ ପାର୍ ହୋଇଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୮ ଜଣ, କଟକରୁ ୧୫, ଖୋର୍ଦ୍ଧାରୁ ୯୮,ମୟୁରଭଞ୍ଜରୁ ୮, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭ ଜଣ ଓ ଷ୍ଟେଟ ପୁଲରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ନୂଆ ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ନିକଟରେ ୟୁଏଇରୁ ଫେରିଥିଲେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ୟୁଏଇରୁ ଫେରିଥିବା ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ ହେବା ପରେ ତାଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା। ଏଥିରେ ସେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କଠାରେ ସ୍ୱଳ୍ପ ଲକ୍ଷଣ ରହିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ବାପା ଓ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କ ପ୍ରାଥମିକ ରିପୋର୍ଟ ନେଗେଟିଭ୍ ଆସିଛି।












Click it and Unblock the Notifications