ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ
Pahalgam Terror Attack: ପହଲଗାମ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି । ଦିନେଶ ଛତିଶଗଡ଼ ରାୟପୁରରେ ଦୀର୍ଘ ଦିନ ହେବ ବାସ କରୁଥିଲେ, ତାଙ୍କ ପାର୍ଥିବ ଶରୀରର ରାୟପୁର ଅଣାଯାଇଛି ।

ଦିନେଶଙ୍କ ମୃତ୍ୟୁ ଘବର ଜନ୍ମସ୍ଥାନରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ନିଜ ୨୦ ତମ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିବା ପାଇଁ ନିଜ ପତ୍ନୀ, ପୁଅ, ଝିଅଙ୍କ ସହ ଦିନେଶ କଶ୍ମୀର ବୁଲିବା ପାଇଁ ଯାଇଥିଲେ । ଯେଉଁଠି ଆତଙ୍କବାଦୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି ।
ଏହି ଆତଙ୍କବାଦୀ ଆକ୍ରମଣରେ ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି । ସେ ବାଲେଶ୍ୱର ସିପେଟ୍ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଲଗାମ୍ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଉକ୍ତ ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।












Click it and Unblock the Notifications