କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ପରଲୋକ
ଆଜି ରାଜ୍ୟରେ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜୀ ଓଡ଼ିଶା ପ୍ରତିନିଧି ରଘୁନାଥ ସାହୁ।
ଭୁବନେଶ୍ୱର: କରୋନା କବଳରେ ଏବେ ସମ୍ବାଦିକ । ରାଜ୍ୟରେ ମହାମାରୀର ଦ୍ବିତୀୟ ଲହରୀରେ ଦୈନିକ ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ କରୋନା ମହାମାରୀରେ ମଧ୍ୟ ଗଲାଣି ଅନେକ ସାମ୍ବାଦିକଙ୍କ ଜୀବନ । ତେବେ ଆଜି ରାଜ୍ୟରେ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ ।

ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜୀ ଓଡ଼ିଶା ପ୍ରତିନିଧି ରଘୁନାଥ ସାହୁ। ସେ ଆଜି (ଶୁକ୍ରବାର) ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ସେ ଗତ କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।












Click it and Unblock the Notifications