ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ; କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା
ପିଛା ଛାଡ଼ୁନି ଲଘୁଚାପ । ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ।
ଆସନ୍ତା ସପ୍ତାହର ଶେଷ ଆଡ଼କୁ ସୃଷ୍ଟି ହୋଇପାରେ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଆହୁରି ୪ ଦିନ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୪ଜିଲ୍ଲା ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତିକୁ ୟେଲୋ ଆଲର୍ଟ ଦିଆଯାଇଛି । ବାକି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଚେତାବନୀ ଦିଆଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଆଶଙ୍କା କରାଯାଇଛି ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications