କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକା ସବନମ ସରିନ
ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକାଙ୍କ କୋରନାରେ ମୃତ୍ୟୁ ହୋଇଛି । ସୋଆ କମ୍ୟୁନିଟି ରେଡିଓରେ କାର୍ଯ୍ୟରତ ଆରଜେ (RJ) ସବନମ ସିରିନଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକାଙ୍କ କୋରନାରେ ମୃତ୍ୟୁ ହୋଇଛି । ସୋଆ କମ୍ୟୁନିଟି ରେଡିଓରେ କାର୍ଯ୍ୟରତ ଆରଜେ (RJ) ସବନମ ସିରିନଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ମୃତ୍ୟୁ ହୋଇଛି ।

ଗତ କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ସଂକ୍ରମିତ ହେବାପରେ ସେ କିଛିଦିନ ସଙ୍ଗରୋଧରେ ଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସ୍ୱାମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ଵର AIIMS ଠାରେ ଚିକିଶ୍ଚିତ ହେଉଛନ୍ତି । ତାଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି ।
Microbiology ରେ M.Sc ଓ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ସେ କନକ ନ୍ୟୁଜ, ଏସଟିଭି ଓ ନ୍ୟୁଜ 7 ରେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର DD Odia News ରେ ଜଣେ ଲୋକପ୍ରିୟ ଉପସ୍ଥାପିକା ଭାବେ ମଧ୍ୟ ସେ ଜଣାଶୁଣା ଥିଲେ।
SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ ।












Click it and Unblock the Notifications