ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା
ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ଆଜି ଗଞ୍ଜାମ ଜିଲ୍ଲା ପୋଲସରାର ଦୈନିକ ଖବରକାଗଜ ‘ସମାଜ’ ର ସମ୍ବାଦଦାତା କିଶୋର ଚନ୍ଦ୍ର ଦାଶଙ୍କ କରୋନାରେ ମୃତ୍ୟୁ ଘଟିଛି ।
ବ୍ରହ୍ମପୁର: ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ରାଜ୍ୟରେ ମହାମାରୀ ସହ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଜଣଙ୍କ ପରେ ଜଣରେ ପ୍ରାଣ ହରାଉଛନ୍ତି ସାମ୍ବାଦିକ । ଆଜି ଗଞ୍ଜାମ ଜିଲ୍ଲା ପୋଲସରାର ଦୈନିକ ଖବରକାଗଜ 'ସମାଜ' ର ସମ୍ବାଦଦାତା କିଶୋର ଚନ୍ଦ୍ର ଦାଶଙ୍କ କରୋନାରେ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅମ୍ଳଜାନ ସ୍ତରରେ ପରିବର୍ତ୍ତନ ହେତୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ ତିନି ଦଶନ୍ଧି ମଧ୍ୟରେ ଅଗ୍ରଣୀ ଓଡିଆ ଖବରକାଗଜରେ କାର୍ଯ୍ୟ କରିଆସିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications