ବିଅର ଫ୍ୟାକ୍ଟ୍ରିରେ ଆୟକର ବିଭାଗର ରେଡ୍
ଢେଙ୍କାନାଳ: ପୁଣି ଆଉ ଏକ ମଦ କମ୍ପାନୀରେ ଆୟକର ବିଭାଗର ରେଡ୍ । ଗତକାଲି ଢେଙ୍କାନାଳରେ ଥିବା ଶକ୍ତି ମିଲ୍ଟିଏୟାର ଆଣ୍ତ ଲିମୋନେଡ କମ୍ପାନୀରେ ରେଡ୍ କରୁଛି ଆୟକର ବିଭାଗ । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ଟିମର ଦୁଇଟି ଟିମ୍ ରେଡ୍ କରୁଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁକ କରୁଛି ଏହି କମ୍ପାନୀ ।
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ତ ଲିମୋନେଟ୍ ପ୍ରାଇଭେଚ୍ ଲିମିଟେଡ୍ ଉପରେ ମାରଥନ ରେଡ୍ ଜାରି ରହିଛି । କମ୍ପାନୀର ସମସ୍ତ କାଗଜ ପତ୍ରର ଯାଞ୍ଚ କରୁଛି ଆଇଟି ଟିମ୍ । ତେବେ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ଅଭିଯୋଗ ରହିଛି ।

ତେବେ ଶକ୍ତି ମଲ୍ଟଏୟର ଆଣ୍ତ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୧୨ ମେ'ରୁ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁକ କରୁଛି ଏହି କମ୍ପାନୀ । ସରକାରୀ ସ୍ତରରେ ୪ଟି କାର୍ଯ୍ୟ ବ୍ଲେଣ୍ତିଙ୍ଗ୍, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଂ ପାଇଁ ଅନୁମତି ପାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀର ମାଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ସୂଚନାଥାଉ ଯେ, ଟିକସ୍ ଫାଙ୍କିବା ଅଭିଯୋଗରେ ଡିସେମ୍ବର ୬ତାରିଖରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ଚଢାଉ କରିଥିଲା । କେବଳ ଓଡ଼ିଶାରେ ନୁହେଁ କୋଲକକା, ରାଞ୍ଚିରେ ମଧ୍ୟ ଏକ ସମୟରେ ସଢାଉ କରାଯାଇଥିଲା












Click it and Unblock the Notifications