ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ
ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । କୋରାପୁଟ ଜୟପୁର ଘର ସମେତ ମାଲକାନଗିରିରେ ଜାରି ରହିଛି ଚଢ଼ାଉ ।

ସୂଚନା ଅନୁସାରେ, ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଶାନ୍ତନୁ ମହାପାତ୍ରଙ୍କ ଜୟପୁର ପାଓ୍ବାର ହାଉସ୍ ଘର ସମେତ ଅନ୍ୟ ସ୍ଥାନରେ ବି ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱରର ସମେତ ୮ଟି ସ୍ଥାନରେ ରେଡ୍ ଜାରି ରହିଛି ।












Click it and Unblock the Notifications