Get Updates
Get notified of breaking news, exclusive insights, and must-see stories!

ଆତ୍ମସମର୍ପଣ କଲେ ଆଉ ଜଣେ ମହିଳା ମାଓବାଦୀ

ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା ।

ମାଲକାନଗିରି: ଆଉ ଜଣେ ମହିଳା ମାଓବାଦୀଙ୍କର ଆତ୍ମସମର୍ପଣ । ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା । ତାଙ୍କ ନାଁରେ ବହୁ ମାମଲା ଥିବା ସୂଚନା ରହିଛି ।

female Maoist

ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ୍ ସୂଚନା ଦେଇଛି। ମହିଳା ମାଓବାଦୀଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି।

ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଆନ୍ଧ୍ର କ୍ୟାଡରଙ୍କ ଚାପ ଓ ନିର୍ଯ୍ଯାତନାର ଶିକାର ହୋଇଥିଲେ । ଯାହାଫଳରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଲକାନଗିରି ଏସପି ରିଶିକେଷ ଖିଲାରି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+