ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍
ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଦୁଇ ଛାତ୍ରଙ୍କ ଜୀବନ । ଟ୍ୟୁସନରୁ ଫେରିବା ବେଳେ ୨ ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। ପୁରୀ ଜିଲ୍ଲା ବଳଙ୍ଗା କଲେଜ ଛକ ଅରେଇ ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ର ଦ୍ୱୟ ହେଲେ ଗଡ଼ଚାନ୍ଦପୁର ଗାଁର ୭ ବର୍ଷୀୟ ଆୟୁଷ୍ମାନ ପରିଡ଼ା ଏବଂ ୯ ବର୍ଷୀୟ ସୁବ୍ରତ ପରିଡ଼ା।

ସବୁଦିନ ପରି ଗତକାଲି ସନ୍ଧ୍ୟାରେ ଦୁଇ ସାଙ୍ଗ ଗାଁ ପାଖକୁ ଟ୍ୟୁସନ ପାଇଁ ଯାଇଥିଲେ। ଟ୍ୟୁସନ ଫେରିବେଳେ ଜଣେ ସଂପର୍କୀୟଙ୍କ ସହ ବାଇକରେ ବସି ଘରକୁ ଫେରୁଥିଲେ। ଏହି ସମୟରେ ଅରେଇ ସାହି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଛାତ୍ର ସହ ବାଇକ ଆରୋହୀ ମଧ୍ୟ ତଳେ ଛିଟିକି ପଡ଼ିଯାଇଥିଲେ। ଦୁଇ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିସହ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications