କଟକର ମୁକୁଳା ଡ୍ରେନ ନେଲା ପୁଣି ଏକ ଜୀବନ, ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ: ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । ଘଟଣାଟି ଘଟିଛ ବାରପଥର ଅଞ୍ଚଳରେ । ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜାଇକା କାର୍ଯ୍ୟରେ ନିୟୋଜିତ ଜଣେ ସଫେଇ କର୍ମଚାରୀ ।

Open Drain

ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ସେ ଡ୍ରେନ ମଧ୍ୟକୁ ଖସି ପଡିଥିଲେ । ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଜାଣିବାକୁ ପାଇ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ହେଲେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କରିବାରେ ବିଳମ୍ବ କରିବା କାରଣରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ମୃତକଙ୍କ ଶବକୁ କଟକ ବଡ ମେଡିକାଲକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+