ମହାନଦୀରେ ୩ ଯୁବକ ବୁଡ଼ିଯିବା ଘଟଣା: ଆଉ ଜଣଙ୍କ ମୃତଦେହ ଉଦ୍ଧାର, ଏବେ ବି ଜଣେ ନିଖୋଜ

ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ଗତକାଲି ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଉଦ୍ଧାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି।

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ଗତକାଲି ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଉଦ୍ଧାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଆୟୁର ଖାନ । ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି।

Another Dead Body Found in 3 Youth Drown Death Case in Mahanadi

ଗତକାଲି ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍‌ ୟୁସୁଫ୍‌ଙ୍କ ପୁଅ ସେକ ସାହିଲ୍‌ (୧୭)ଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଏବଂ ଏହା ଏବେ ବି ଜାରି ରହିଛି। ଘଟଣାସ୍ଥଳରେ ମେୟର ସୁବାସ ଚନ୍ଦ୍ର ସିଂହ, କଟକ-ବାରବାଟର ବିଧାୟକ ମହମ୍ମଦ ମୋକିମ ଓ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ନିଖୋଜ ରାଜ୍‌ ଓରଫ ସିଦ୍ଦିକ୍‌ ଖାନ୍ (୧୭)ଙ୍କର ସନ୍ଧାନ ଏବେ ଜାରି ରହିଛି।

ଗତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।

ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+